କଂଗ୍ରେସ ଛାଡିଲେ ଦେବଗଡ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି

ଭୁବନେଶ୍ୱର – ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରୁ ନେତାଙ୍କ ପଳାୟନ ଜାରି ରହିଛି । ଗୋଟିଏ ପରେ ଗୋଟିଏ ପୁରୁଣା ନେତା ଦଳ ଛାଡୁଛନ୍ତି । ଗତକାଲି ବଲାଙ୍ଗୀରର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ ଦଳ ଛାଡିଥିଲେ । ଆଜି ସେ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଦେବଗଡର ନେତା ଉମାଶଙ୍କର ସାହୁ । ଉମାଶଙ୍କର ଦେବଗଡ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ଥିଲେ । ୨୦୧୯ରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିଲେ ଉମାଶଙ୍କର।

Comments are closed.