ନିର୍ବାଚନ ପ୍ରସ୍ତୁତି: ଓଡ଼ିଶା ପୋଲିସ -ଛତିଶଗଡ ପୋଲିସ ମଧ୍ୟରେ ସମନ୍ଵୟ ବୈଠକ

ଭୁବନେଶ୍ୱର – ଆଗାମୀ ନିର୍ବାଚନକୁ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୁରକ୍ଷା ଦୃଷ୍ଟିରୁ ପଡୋଶୀ ରାଜ୍ୟଗୁଡ଼ିକ ସହ ସମନ୍ଵୟ ଉପରେ ଗୁରୁତ୍ୱ ଦିଆଯାଇଛି। ଏ ପରିପ୍ରେକ୍ଷୀରେ ଆଜି ଓଡ଼ିଶା ପୋଲିସ ଓ ଛତିଶଗଡ଼ ପୋଲିସ ମଧ୍ୟରେ ଆଭାସୀ ମାଧ୍ୟମରେ ଏକ ଆନ୍ତଃ ରାଜ୍ୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଏହି ବୈଠକ ଡାକିଥିଲେ। ଆସନ୍ତା ସାଧାରଣ ନିର୍ବାଚନକୁ ସୁରକ୍ଷିତ ଓ ସୂଚାରୁରୂପେ ପରିଚାଳନା ପାଇଁ ମିଳିତ ଭାବେ କାମ କରିବାକୁ ବୈଠକରେ ଆଲୋଚନା ହୋଇଥିଲା।

Comments are closed.