ମତଦାତାଙ୍କୁ ଜିଲ୍ଲା ପ୍ରଶାସନ ଅଭିନବ ଢଙ୍ଗରେ ସଚେତନ

ବଲାଙ୍ଗିର : ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁସାରେ ଆସନ୍ତା ମଇ ୨୦ ତାରିଖରେ ବଲାଙ୍ଗିର ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲାର ସମସ୍ତ ଭୋଟର କିପରି ନିର୍ବାଚନରେ ଭାଗ ନେବେ ତଥା ବୁଥକୁ ଆସି ମତଦାନ ସାବ୍ୟସ୍ତ କରିବେ ସେ ଦିଗରେ ସଚେତନତା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଅଭିନବ ଢଙ୍ଗରେ ସଚେତନ କରାଉଛି ।

ଏହି ପରିପେକ୍ଷୀରେ ମାଟିର ପାତ୍ରରେ ନିଶ୍ଚିତ ଭୋଟ ଦେବାସହ ୨୦ ମଇ ମତଦାନ କେନ୍ଦ୍ରକୁ ଆସିବାକୁ କୁହାଯାଉଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଗୌରୱ ଶିୱାଜି ଇସାଲୱାରଙ୍କ ନିର୍ଦେଶାନୁକ୍ରମେ ଏହି କାର୍ଯ୍ୟକ୍ରମ କରାଯାଉଛି । କାର୍ଯ୍ୟକ୍ରମ ଦ୍ଵାରା ନିର୍ବାଚନରେ ସମସ୍ତ ମତଦାତା ସାମିଲ ହୋଇ ଅବାଧ , ନିରପେକ୍ଷ , ସ୍ଵଛ ଭାବେ ମତଦାନ କରିବାକୁ ପ୍ରଶାସନର ପ୍ରଶାସନର ଲକ୍ଷ ରହିଥିବା ବେଳେ ନିଜର ମୂଲ୍ୟବାନ ଭୋଟ ଦେବାକୁ ଆସିବାକୁ ଗୁହାରି କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ଓର୍ମାସ ସିଏଇଓ କମଳେନ୍ଦୁ ପାଲ , ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସୁମନ ଦ୍ଵିବେଦୀ ଓ ଜିଲ୍ଲାପରିଷଦ ଅଫିସର କର୍ମଚାରୀ ପ୍ରମୁଖ ଉପସ୍ଥିତତ ଥିଲେ ।

Comments are closed.