ସକାଳୁ ସକାଳୁ ଡରାଇଲାଣି ତାତି, ସାଢେ ୮ ସୁଦ୍ଧା ୩୩ ଟପିଲାଣି ପାରଦ

ଭୁବନେଶ୍ୱର – ସକାଳୁ ସକାଳୁ ହିଁ ଡରାଇଲାଣି ତାତି । ଆଜି ମଧ୍ୟ ରାଜ୍ୟରେ ଏକ ଅସହ୍ୟ ଗରମ ଦିନ ଅନୁଭୂତ ହେବାକୁ ଯାଉଛି । ସକାଳ ସାଢେ ୮ଟା ବେଳକୁ ହିଁ ବଢିଲାଣି ତାତି । ଅନେକ ସହରରେ ୩୪ ଡିଗ୍ରୀ ସେଲସିୟସ ଛୁଇଁଛି ତାପମାତ୍ରା।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସକାଳ ସାଢେ ୮ଟା ସୁଦ୍ଧା ଭବାନୀପାଟଣାରେ ସର୍ବାଧିକ ତାପମାତ୍ରା ୩୪ ଦଶମିକ ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତାଳଚେରରେ ୩୪ ଦଶମିକ ୪ , ବାଲେଶ୍ଵରରେ ୩୪, ବାରିପଦାରେ ୩୩ ଦଶମିକ ୬ ଓ ଭୁବନେଶ୍ୱରରେ ୩୩ ଦଶମିକ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Comments are closed.