ବିଜୁବାବୁଙ୍କ ତିରୋଧାନ ଦିବସରେ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଓଡ଼ିଶା ରାଜନୀତିର ଏହି କିମ୍ବଦନ୍ତୀ ପୁରୁଷଙ୍କ ତିରୋଧାନକୁ ଆଜି ୨୭ ବର୍ଷ ହୋଇଛି । ଓଡ଼ିଶାର ଲୋକପ୍ରିୟ ନେତାଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଦିଆଯାଇ ସ୍ମୃତି ଚାରଣ କରାଯାଉଛି। ବିଭିନ୍ନ ସ୍ଥାନରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ବିଜୁବାବୁଙ୍କ ପୁଣ୍ୟ ତିଥିକୁ ବିଜେଡି ପକ୍ଷରୁ ମଧ୍ୟ ପାଳନ କରାଯାଉଛି । ଶଙ୍ଖ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିଛନ୍ତି ନେତା ଓ କର୍ମୀ । ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି।

Comments are closed.