ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ ଅମ୍ବାନୀ ଜୁନିଅର, ଦାନ କଲେ ୨ କୋଟି ୫୧ ଲକ୍ଷ ଟଙ୍କା

ପୁରୀ – ବିବାହ ପୂର୍ବରୁ ପୁରୀରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ। ମଙ୍ଗଳବାର ସନ୍ଧ୍ୟାରେ ରିଲାଏନ୍ସ ଭେନ୍ଚର ଲିମିଟେଡ୍‌ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ କଡ଼ାସୁରକ୍ଷାରେ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ମା’ ବିମଳା ଓ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ମଧ୍ୟ ଦର୍ଶନ କରିଥିଲେ ଅମ୍ବାନୀ ଜୁନିଅର।

ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଅନନ୍ତ ଶ୍ରୀମନ୍ଦିରକୁ ୨ କୋଟି ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏହି ଦାନ ରାଶି ଗ୍ରହଣ କରିଛନ୍ତି ।

Comments are closed.