ସାଢେ ୧୧ ସୁଦ୍ଧା ୪ ସହରର ତାପମାତ୍ରା ୪୦ ପାର୍, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ଭୁବନେଶ୍ବର – ଆଜି ବି ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ପ୍ରଚଣ୍ଡ ଖରା ସହ ଗରମ ଓ ଗୁଳୁଗୁଳି ଲୋକଙ୍କ ଉପରେ ଦାଉ ସାଧୁଛି । ଳ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ୪୦ ଡିଗ୍ରୀ ସେଲସିୟସ ପାର କରିଛି ୪ ସହରର ତାପମାତ୍ରା। ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୧.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୪୦.୮ ଡିଗ୍ରୀ, ରାଉରକେଲା ଓ ବାଲେଶ୍ବରରେ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ତାପମାତ୍ରା –

ଝାରସୁଗୁଡା: ୪୧.୬ ଡିଗ୍ରୀ ସେଲସିୟସ
କେନ୍ଦୁଝର: ୪୦.୮
ରାଉରକେଲା: ୪୦
ବାଲେଶ୍ୱର: ୪୦
ହୀରାକୁଦ: ୩୯.୨
ଭୁବନେଶ୍ୱର: ୩୮.୮
ସମ୍ବଲପୁର: ୩୮.୮
ଚାନ୍ଦବାଲି: ୩୮.୨
ପୁରୀ: ୩୪ .୨
ପାରାଦ୍ୱୀପ : ୩୩. ୨
ଗୋପାଳପୁର : ୩୨.୬ ଡିଗ୍ରୀ ସେଲସିୟସ

Comments are closed.