‌ଏପ୍ରିଲ ୨୫ରୁ ରାଜ୍ୟର ସବୁ ସ୍କୁଲରେ ଖରାଛୁଟି, କାଲିଠୁ ତିନି ଦିନ ସକାଳୁଆ ସ୍କୁଲ

ଭୁବନେଶ୍ୱର – ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲଗୁଡିକ ପାଇଁ ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏପ୍ରିଲ ୨୫ ତାରିଖରୁ ରାଜ୍ୟରେ ସବୁ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଆଗୁଆ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇଯିବ । କାଲିଠାରୁ ତିନି ଦିନ ଯାଏଁ ସବୁ ସ୍କୁଲ ସକାଳୁଆ ହେବ ବୋଲି ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଚଣ୍ଡ ଖରା ଯୋଗୁଁ ୧୮ରୁ ୨୦ ତାରିଖ ଯାଏଁ ରାଜ୍ୟ ସରକାର ସବୁ ସ୍କୁଲ ଛୁଟି ଘୋଷଣା କରିଥିଲେ । ଏପ୍ରିଲ ୨ ତାରିଖରୁ ସ୍କୁଲ ସକାଳୁଆ ଚାଲୁଥିଲା ।

Comments are closed.