ଏହି କାରଣରୁ ଆଜିଠୁ ତିନିମାସ ବନ୍ଦ ର‌ହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା – କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଯାଇଥିବାରୁ ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।

ଏହି ସମୟରେ ନଦୀନାଳରେ ଥିବା କୁମ୍ଭୀର ବସାବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ଅଣ୍ଡାଦେବା ପ୍ରକ୍ରିୟାରେ ବାଧା ନ ଉପୁଜିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଭିତରକନିକା ଜାତୀୟ ଉଦ୍ୟାନ ଆସିବାକୁ ବାରଣ କରାଯାଇଛି।

ସୂଚନାଯୋଗ୍ୟ, ୨୦୨୩ ଅଗଷ୍ଟ ପହିଲାରୁ ୨୦୨୪ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଭିତରକନିକାକୁ ଦେଶ ବିଦେଶରୁ ୬୪,୭୫୧ ଜଣ ପର୍ଯ୍ୟଟକ ଆସିଛନ୍ତି ।

Comments are closed.