ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ : କମର୍ସିଆଲ ଏଲପିଜି (୧୯ କେଜି) ଦର ସିଲିଣ୍ଡର ପିଛା ୨୦ ଟଙ୍କା କମିଛି। ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡର ବର୍ତ୍ତମାନ ୧୭୬୪.୫୦ ରୁ ୧୭୪୫.୫୦ ଟଙ୍କାକୁ ହ୍ରାସ ପାଇଛି। କୋଲକାତାରେ ଏହି ସିଲିଣ୍ଡର ଏବେ ୧୮୫୯ ଟଙ୍କାରେ ଉପଲବ୍ଧ ହେବ। ମୁମ୍ବାଇରେ କମର୍ସିଆଲ ସିଲିଣ୍ଡର ଦର ୧୭୧୭.୫୦ ରୁ ୧୬୯୮.୫୦ ଟଙ୍କା ହୋଇଛି। ଚେନ୍ନାଇରେ କମର୍ସିଆଲ ଏଲପିଜି ୧୯୧୧ ଟଙ୍କାରେ ମିଳିବ । ତେବେ ୧୪.୨ କେଜି ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

Comments are closed.