କୁଆପଥର ମାଡ଼ରେ ଭାଙ୍ଗିଲା ଓ୍ବିଣ୍ଡ୍ ସିଲ୍ଡ , ଭୁବନେଶ୍ୱର ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର – କୁଆପଥର ମାଡରେ ଏକ ଭିସ୍ତାରା ବିମାନ କ୍ଷତିଗ୍ରସ୍ତ ହେବାରୁ ଏହା ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିଲା ବିମାନ ଭିସ୍ତାରା ବିମାନ । ଉଡାଣର ଅଳ୍ପ ସମୟ ପରେ କୁଆପଥର ମାଡରେ ବିମାନର ଓ୍ବିଣ୍ଡ ସିଲ୍ଡ ଭାଙ୍ଗିଯାଇଥିଲା । ସେଥିପାଇଁ ବିମାନ କୁ ଜରୁରୀ ଅବତରଣ କରିବାକୁ ପଡିଥିଲା । ବିମାନରେ ଥିବା ୧୬୯ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି ।

Comments are closed.