ଛେଣ୍ଡିପଦାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : ବିଜେପିକୁ ଶାଣିତ ଆକ୍ରମଣ, ଭଲ ଦିନର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ

ଭୁବନେଶ୍ବର – ନିର୍ବାଚନ ପ୍ରଚାରରେ ବିଜେପି ଉପରେ ଶାଣିତ ଆକ୍ରମଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଛେଣ୍ଡିପଦାରେ ବିରୋଧୀ ବିଜେପିକୁ ଘେରିଛନ୍ତି ନବୀନ । ବିଜେପିର ଅଛେ ଦିନ୍ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭଲ ଦିନର ସ୍ବପ୍ନ ଦେଖାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ । ଲୋକଙ୍କୁ ମିଛ କହି ଭୁଆଁ ବୁଲାଉଛନ୍ତି ବୋଲି ନବୀନ କହିଛନ୍ତି।

ବିଏସକେୱାଇ, ମିଶନ ଶକ୍ତି, ମମତା, କାଳିଆ ଯୋଜନା, ୫-ଟି ସ୍କୁଲ ଓ ନୂଆ-ଓ ଛାତ୍ରବୃତ୍ତି ଭଳି ଯୋଜନା ଲୋକଙ୍କ ସମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିଛି । ବିରୋଧୀ କିନ୍ତୁ ଏହିସବୁ ଯୋଜନାକୁ ବନ୍ଦ କରିଦେବାକୁ ଚକ୍ରାନ୍ତ କରୁଛନ୍ତି । ନିଜ ଜନ୍ମମାଟିର ଉନ୍ନତି ପାଇଁ କେନ୍ଦ୍ର ମନ୍ତ୍ରୀ କି ଉଲ୍ଲେଖନୀୟ କାମ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ।

ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ୨୦୧୪ରେ ବିଜେପି ଏଲପିଜି, ପେଟ୍ରୋଲ, ଡିଜେଲ ଦର କମାଇବା ସହ ଚାଷୀଙ୍କ ପାଇଁ ଏମଏସପି ଦୁଇ ଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲା । ସେ ପ୍ରତିଶ୍ରୁତି ଏଯାଏଁ ପୂରଣ କରିପାରିନି ।

ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପିକୁ କରେଣ୍ଟ ଲାଗିଯାଇଛି । ଲୋକଙ୍କୁ ସୋଲାର ଲାଇଟ ନାଁରେ ଦିନରେ ବିଜେପି ନେତାମାନେ ଲଣ୍ଠନ ଦେଖାଉଛନ୍ତି ବୋଲି ସେ ତାତ୍ସଲ୍ୟ କରିଛନ୍ତି ।

Comments are closed.