ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର : ଓଡ଼ିଶାକୁ ଆସୁଛନ୍ତି ବିଜେପି ଓ କଂଗ୍ରେସର ହେଭିୱଟ ନେତା

ଭୁବନେଶ୍ୱର – ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ଜୋରଦାର ହୋଇଛି ପ୍ରଚାର। ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ବିଜେପି ନେତା କାର୍ତ୍ତିକ ପାଣ୍ଡିଆନ ମାରାଥନ ପ୍ରଚାର ଜାରି ରଖିଥିବା ବେଳେ ବିଜେପି ଓ କଂଗ୍ରେସର ଟାଣୁଆ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସି ପ୍ରଚାର କରୁଛନ୍ତି। ଆଜି ଓଡ଼ିଶା ଗସ୍ତରେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ । ଆଜି ସେ ଫୁଲବାଣୀରେ ଏକ ଜନସଭାକୁ ସମ୍ବୋଧନ କରି କଂଗ୍ରେସ ପାଇଁ ଭୋଟ୍ ମାଗିବେ । ଆଜି ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୁଣି ଓଡ଼ିଶା ଆସିବେ । ପଶ୍ଚିମ ଓଡ଼ିଶାରେ ସେ ବିଜେପି ପାଇଁ ପ୍ରଚାର କରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଜି ଭୁବନେଶ୍ୱରରେ ରୋଡ୍ ଶୋ’ କରିବେ ।

Comments are closed.