ଅନ୍ତରୀଣ ଜାମିନରେ ଜେଲରୁ ଆସିଲେ ନାରାୟଣ ରେଡ୍ଡୀ

ବ୍ରହ୍ମପୁର – ଏକ ହତ୍ୟା ମାମଲାର ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ୍ ଦଣ୍ଡାଦେଶ ପାଇଥିବା ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଜାମିନ ପାଇବା ପରେ ୧୦ ମାସ ପରେ ବ୍ରହ୍ମପୁର ଜେଲ୍‌ରୁ ବାହାରିଛନ୍ତି ସିପିଆଇ ନେତା । ପୋଲିସ୍ ରିଜର୍ଭ ଇନ୍ସପେକ୍ଟର ବିନୋଦ ମେହେରଙ୍କ ହତ୍ୟା ମାମଲାରେ ଗତ ବର୍ଷ ଜୁଲାଇ ମାସରେ ବ୍ରହ୍ମପୁର ଏଡିଜେ-୩ କୋର୍ଟ ତାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।

୧୯୯୮ ମସିହାରେ ଗଞ୍ଜମ ଜିଲ୍ଲା ସିନ୍ଧିଗାଁରେ ଟାଟା ଅଧିକୃତ ଜମି ନେଇ ଏକ ସଭାରେ ସଭାରେ ହଠାତ୍‌ ଗଣ୍ଡଗୋଳ ଓ ମାରପିଟ୍‌ ହୋଇଥିଲା। ଏଥିରେ ପୋଲିସ୍ ରିଜର୍ଭ ଇନ୍ସପେକ୍ଟର ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Comments are closed.