ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୪ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର, ୧୦ ହଜାର ୫୫୧ ମତଦାନ କେନ୍ଦ୍ର : ସିଇଓ

ଭୁବନେଶ୍ୱର – ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ପୋଲିଂ ବୁଥକୁ ଯାଉଛନ୍ତି ପୋଲିଂ କର୍ମଚାରୀ । ତୃତୀୟ ପର୍ଯ୍ୟାୟରେ ଆସନ୍ତା ୨୫ ତାରିଖରେ ୬ ଲୋକସଭା ଓ ୪୨ଟି ବିଧାନସଭା ଆସନରେ ମତଦାନ ହେବ । ମୋଟ ୯୪.୪୮ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨.୫ ପ୍ରତିଶତ ମତଦାତା ପ୍ରଥମ ଥର ଭୋଟ ଦେବେ ।

ତୃତୀୟ ପର୍ଯ୍ୟାୟ ମତଦାନରେ ୧୦ ହଜାର ୫୫୧ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । ଏଥିମଧ୍ୟରେ ୨ ହଜାର ମଡେଲ ବୁଥ ରହିଛି। ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିବା ସିଇଓ ସୂଚନା ଦେଇଛନ୍ତି। ୬ଟି ଲୋକସଭା ଆସନ ଯଥା ଭୁବନେଶ୍ୱର , କଟକ, ପୁରୀ, ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳରେ ମୋଟ ୬୪ଟି ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ୬ ଲୋକସଭା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ୩୮୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ସମସ୍ତେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଅପିଲ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ବିଶେଷ କରି ସହରୀ ଭୋଟରମାନେ ବହୁସଂଖ୍ୟାରେ ମତଦାନ କରିବାକୁ ସେ ଅପିଲ କରିଛନ୍ତି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସୁରକ୍ଷା ପାଇଁ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ – ସିଏପିଏଫ ମୁତୟନ କରାଯିବ।

Comments are closed.