ବିଶ୍ୱ ଯୁବ ଭାରୋତ୍ତୋଳନରେ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ପ୍ରୀତିସ୍ମିତା , ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ପେରୁ ରାଜଧାନୀ ଲିମାରେ ଚାଲିଥିବା ଆଇଡବ୍ଲୁଏଫ ବିଶ୍ୱ ଯୁବ ଭାରୋତ୍ତୋଳନ ଚାମ୍ପିଅନସିପରେ ଚମକିଛନ୍ତି ଓଡ଼ିଶା ଝିଅ ପ୍ରୀତିସ୍ମିତା ଭୋଇ । ୧୫ ବର୍ଷିୟା ପ୍ରୀତିସ୍ମିତା ମହିଳା ୪୦ କିଲୋଗ୍ରାମ ବର୍ଗର କ୍ଲିନ ଆଣ୍ଡ ଜର୍କରେ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରୀତିସ୍ମିତା । ସେ ୭୬ କିଲୋଗ୍ରାମ ଓଜନ ଭାର ଉଠାଇଥିଲେ । ପୂର୍ବର ବିଶ୍ୱ ରେକର୍ଡ ଥିଲା ୭୫ କିଲୋଗ୍ରାମ। ଏହି ବର୍ଗରେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର ରୋୖପ୍ୟ ପଦକ ହାସଲ କରିଛନ୍ତି।

ଆଇଡବ୍ଲୁଏଫ ଯୁବ ଚାମ୍ପିଅନସିପରେ ସଫଳତା ପାଇଁ ପ୍ରୀତି ସ୍ମିତା ଓ ଜ୍ୟୋତ୍ସ୍ନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କ ଉଲ୍ଲେଖନୀୟ ସଫଳତା ଓଡ଼ିଶା ଓ ଦେଶକୁ ଗର୍ବିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗକୁ ମଧ୍ୟ ସେମାନେ ଭଲ ପ୍ରଦର୍ଶନ କରି ସଫଳତା ହାସଲ କରିବା ସହ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.