ମେ’ ୨୬ରେ ମାଟ୍ରିକ ପରୀକ୍ଷା ଫଳ, ଅପରାହ୍ନ ୪ଟା ସୁଦ୍ଧା ମିଳିବ ଡିଜିଟାଲ ସାର୍ଟିଫିକେଟ 

ଭୁବନେଶ୍ବର – ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ ସାଢ଼େ ୧୦ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ । ସକାଳ ୧୧ଟା ୩୦ ସୁଦ୍ଧା bseodisha.ac.in ୱେବସାଇଟ୍‌ରେ ମାଟ୍ରିକ ପରୀକ୍ଷା ଫଳ ଉପଲବ୍ଧ ହେବ । ଇଣ୍ଟରନେଟ୍‌ ସୁବିଧା ନ ଥିଲେ ଏସ୍‌ଏମ୍‌ଏସ୍‌ରେ ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ । ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ । ଏ ନେଇ ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

ଚଳିତବର୍ଷ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।

Comments are closed.