ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪୧ : ଏସଆରସି

ଭୁବନେଶ୍ୱର – ଏ ବର୍ଷ ଅଂଶୁଘାତ ଯୋଗୁଁ ରାଜ୍ୟରେ ଏ ଯାଏଁ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର – ଏସଆରସି ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।

ଅଂଶୁଘାତ ଜନିତ ମୃତ୍ୟୁ ନେଇ ୧୬୧ଟି ଅଭିଯୋଗ ଆସିଥିଲା। ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ଜିଲ୍ଲାପାଳମାନଙ୍କ ଭିତ୍ତିରେ ଏ ଯାଏଁ ୪୧ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଆଉ କିଛି ସ୍ଥାନରୁ ରିପୋର୍ଟ ଆସି ନାହିଁ। ରାଜ୍ୟରେ ଆହୁରି ୩-୪ ଦିନ ଖରା ହୋଇପାରେ। ତେଣୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ବୋଲି ଏସଆରସି କହିଛନ୍ତି। ଜୁନ୍ ୩ ତାରିଖରୁ ଏପର୍ଯ୍ୟନ୍ତ ଆଉ ଅଂଶୁଘାତ ଜନିତ ଅଭିଯୋଗ ଆସିନାହିଁ ବୋଲି ଏସ୍‌ଆରସି କହିଛନ୍ତି।

Comments are closed.