ଆସନ୍ତାକାଲି ପ୍ରକାଶ ପାଇବ ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର – ଆସନ୍ତାକାଲି ଗୋଟିଏ ଦିନରେ ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ଏକା ସଙ୍ଗେ ପ୍ରକାଶ ପାଇବ ।

ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଦିନ ସାଢେ ୧୦ଟାରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ହେବ । ପୂର୍ବାହ୍ନ ସାଢେ ୧୧ଟାରେ ବୋର୍ଡ ୱେବସାଇଟ www.bseodisha.ac.inରେ ପରୀକ୍ଷା ଫଳ ଉପଲବ୍ଧ ହେବ ।

ଇଣ୍ଟରନେଟ୍‌ ସୁବିଧା ନଥିଲେ ଛାତ୍ରଛାତ୍ରୀମାନେ ଏସଏମଏସ୍‌ ଜରିଆରେ ମାଟ୍ରିକ୍ ପରୀକ୍ଷା ଫଳ ଜାଣିପାରିବେ। ଛାତ୍ରଛାତ୍ରୀମାନେ ମୋବାଇଲରୁ ଓଆର-୧୦ ଏବଂ ନିଜ ରୋଲ ନମ୍ବରକୁ ଟାଇପ କରି ୫୬୭୬୭୫୦ ନମ୍ବରକୁ ପଠାଇଲେ ପରୀକ୍ଷା ଫଳ ଜାଣିପାରିବେ।

ଅପରାହ୍ନ ୪ଟା ବେଳେ ଛାତ୍ରଛାତ୍ରୀମାନେ ନିଜ ନିଜର ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିପାରିବେ। ଏହା ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ। ସେହିପରି BSE/Hi ଟାଇପ୍ କରି ୭୭୧୦୦୫୮୧୯୨ରେ ହ୍ଵାଟ୍ସଆପ କରି ମଧ୍ୟ ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ। ପରୀକ୍ଷାଫଳ ନେଇ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ବୋର୍ଡ ପକ୍ଷରୁ କରାଯାଇଥିବା କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିପାରିବେ। ଏଥିପାଇଁ ‘୮୭୬୩୪୪୬୨୯୨’ ଓ ‘୯୪୩୭୨୨୮୧୮୭’ ନମ୍ବରରେ ଫୋନ କଲେ ସେମାନଙ୍କୁ ସହଯୋଗ କରାଯିବ। ଓଡ଼ିଶାରେ ଏବର୍ଷ ଫେବ୍ରୁଆରି ୧୬ରୁ ମାର୍ଚ୍ଚ ୪ ତାରିଖ ଯାଏଁ ମାଟ୍ରିକ ପରୀକ୍ଷା ହୋଇଥିଲା ।

ଆସନ୍ତାକାଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇବ www.orissaresults.nic.inରେ ଉପଲବ୍ଧ ହେବ ଯୁକ୍ତ ଦୁଇ ଫଳାଫଳ । ବିଦ୍ୟାଳୟ ଇ-ସ୍ପେସ୍ ଏବଂ ଡିଜିଲକର୍ ମାଧ୍ୟମରେ ମଧ୍ୟ ଫଳାଫଳ ପାଇପାରିବେ। ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଲକ୍ଷ ୬୦ ହଜାର ୧୯୮ ଜଣ ରେଗୁଲାର ଏବଂ ୨୬ ହଜାର ୫୨ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି।

Comments are closed.