କିମ୍ବଦନ୍ତୀ ଫୁଟବଲ ତାରକା ଫ୍ରାଞ୍ଜ ବେକେନବାଉରଙ୍କ ଦେହାନ୍ତ

ମ୍ୟୁନିକ – ଜର୍ମାନୀର କିମ୍ବଦନ୍ତୀ ଫୁଟବଲ ତାରକା ଓ କୋଚ୍ ଫ୍ରାଞ୍ଜ ବେକେନବାଉର ଆଉ ନାହାନ୍ତି। ସର୍ବକାଳୀନ ଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ବେକେନବାଉରଙ୍କ ୭୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ଉଭୟ ଖେଳାଳି ଓ କୋଚ୍ ଭାବେ ବିଶ୍ୱକପ୍ ଫୁଟବଲ୍ ଜିତିଥିବା ବିଶ୍ୱର ତିନି ଖେଳାଳିଙ୍କ ମଧ୍ୟରେ ବେକେନବାଉର ଥିଲେ ଅନ୍ୟତମ ।

ବେକେନବାଉର ତତ୍କାଳୀନ ପଶ୍ଚିମ ଜର୍ମାନୀ ପକ୍ଷରୁ ୧୦୪ଟି ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ। ତାଙ୍କ ଅଧିନାୟକତ୍ୱରେ ପଶ୍ଚିମ ଜର୍ମାନୀ ୧୯୭୪ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା । ୧୬ ବର୍ଷ ପରେ ୧୯୯୦ ବିଶ୍ୱକପରେ କୋଚ୍ ଭାବେ ବେକେନବାଉର ଜର୍ମାନୀକୁ ଚାମ୍ପିୟନ କରିଥିଲେ । ସତୁରୀ ଦଶକର ମଧ୍ୟ ଭାଗରେ ସେ ବାୟର୍ନ ମ୍ୟୁନିକ କ୍ଲବ ପକ୍ଷରୁ ଖେଳି ଦଳକୁ ତିନି ତିନି ଥର ୟୁରୋପିୟାନ କପ୍ ଜିତିବାରେ ସହାୟକ ହୋଇଥିଲେ । ତାଙ୍କ ସମୟରେ ବେକେନବାଉର ଜଣେ ଶ୍ରେଷ୍ଠ ଡିଫେଣ୍ଡର ଭାବେ ଖ୍ୟାତିଲାଭ କରିଥିଲେ । ପ୍ରଶଂସକମାନେ ତାଙ୍କୁ ‘କାଇଜର’ ଆଖ୍ଯା ଦେଇଥିଲେ । ୧୯୬୫ରେ ମାତ୍ର ୨୦ ବର୍ଷ ବୟସରେ ସେ ନିଜର ଆନ୍ତର୍ଜାତିକ କ୍ୟାରିଅର ଆରମ୍ଭ କରିଥିଲେ । ୧୯୭୭ରେ ସେ ଆନ୍ତର୍ଜାତିକ ଫୁଟବଲରୁ ଅବସର ନେଇଥିଲେ । ତେବେ ସେ ବିଭିନ୍ନ କ୍ଲବ ପକ୍ଷରୁ ପେଷାଦାର ଫୁଟବଲ ଖେଳିବା ଜାରି ରଖିଥିଲେ । ପରେ ସେ ଜାତୀୟ ଦଳର କୋଚ୍ ଭାବେ ବି ଅବସ୍ଥାପିତ ହୋଇଥିଲେ।

Comments are closed.