ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ : ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ସମର୍ପିତ ସେବା ଜାରି ରଖିବାକୁ ସୁପ୍ରିମୋ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର-ଆଜି ଶାସକ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସକାଳ ସାଢେ ୧୦ଟାରେ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏଠାରେ ଏକ ସଭାକୁ ସମ୍ବୋଧିତ କରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଅପରାହ୍ନ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଜରିଆରେ ରାଜ୍ୟର ସମସ୍ତ ବ୍ଲକରେ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ନେତୃବୃନ୍ଦ, କର୍ମକର୍ତ୍ତା ଓ ଜନସାଧାରଣଙ୍କୁ ଉଦବୋଧନ ଦେବେ । ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ୪ ଶହରୁ ଅଧିକ ସ୍ଥାନରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କୁ ବାର୍ତ୍ତା ଦେଇଛନ୍ତି । ରାଜ୍ୟବାସୀଙ୍କ ଆଶା, ଆଂକାକ୍ଷା ପୂରଣ କରିବା ସହ ରାଜ୍ୟକୁ ବିକାଶ ପଥରେ ଟାଣି ନେବା ଲକ୍ଷ୍ୟରେ ବିଜୁ ଜନତା ଦଳ ପ୍ରତିଷ୍ଠା କରାଯାଇଥିଲା । ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ବିଜେଡି ଇତିମଧ୍ୟରେ ୨୪ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପୂର୍ଣ୍ଣପ୍ରାଣରେ ସମର୍ପିତ ସେବା କାର୍ଯ୍ୟ ଜାରି ରଖିବା ପାଇଁ ବିଜେଡି ସଭାପତି ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ।

Comments are closed.