ଗଞ୍ଜାମରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କଲେ ନବୀନ, କହିଲେ ୨୦୨୩ ସୁଦ୍ଧା ଶେଷ ହେବ ତାରାତାରିଣୀ ପୀଠର ବିକାଶ କାମ

ହିଞ୍ଜିଳି- ଗଞ୍ଜାମ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି ନବୀନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ମାଆ ତାରାତାରିଣୀ ଆମ ସମସ୍ତଙ୍କ ଆଶା ଓ ବିଶ୍ୱାସର ପ୍ରତୀକ । ତାରାତାରିଣୀ ପୀଠର ବିକାଶ ପ୍ରକଳ୍ପ କାମ ୨୦୨୩ ଜାନୁଆରୀ ସୁଦ୍ଧା ସରିବ । ଗଞ୍ଜାମ ଜିଲ୍ଲାର ୨୫ ହଜାର ମହିଳା ଏସଏଚଜି ୫୦୦ କୋଟିର ଋଣ ନେଇଛନ୍ତି । ମିଶନ ଶକ୍ତିର ମାଆମାନେ ରାଜ୍ୟର ବିକାଶରେ ସହାୟକ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ବିଏସକେୱାଇ ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ । ଏଭଳି ସ୍ୱାସ୍ଥ୍ୟ ସୁବିଧା ଦେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି ନବୀନ କହିଛନ୍ତି । ସାଢେ ୩ କୋଟି ଲୋକ ବିଏସକେୱାଇ ସ୍ମାର୍ଟକାର୍ଡର ସୁବିଧା ପାଇବେ । ଟଙ୍କା ପାଇଁ କେହି ଚିକିତ୍ସା ସୁୁବିଧାରୁ ବଂଚିତ ନ ହୁଅନ୍ତୁ ବୋଲି ନବୀନ କହିଛନ୍ତି ।

Comments are closed.