ବାତ୍ୟା ‘ଜଓା୍ୱାଦ’ରେ ପରିଣତ ହେବ ଅବପାତ, ଆଜି ସ୍ପଷ୍ଟ ହୋଇପାରେ ଗତିପଥ ଓ ତୀବ୍ରତା, ମୁକାବିଲା ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର- ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଅବପାତ ଆଉ କିଛି ଘଣ୍ଟା ପରେ ବାତ୍ୟା ‘ଜୱାଦ’ରେ ପରିଣତ ହେବ । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳରେ ଗତି କରିପାରେ । ଏହାପରେ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଆସନ୍ତାକାଲି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେ ଦୃଷ୍ଟିରୁ ଏହି ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି । ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଏସଆରସି । ଭିଡିଓ କନଫରେନସିଂ ଜରିଆରେ ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିଛନ୍ତି । ୨୨୫ଟି ଓଡ୍ରାଫ, ଏନଡିଆରଏଫ ଟିମ୍ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପ୍ରଭାବରେ ପକ୍କା ଘରର କିଛି କ୍ଷତି ହେବ ନାହିଁ । କେବଳ କଚ୍ଚା ଘର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଏସଆରସି କହିଛନ୍ତି । ଆବଶ୍ୟକ ସ୍ଥଳେ ସମୁଦ୍ର କୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି ।

Comments are closed.