ଜୁନିଅର ବିଶ୍ୱକପ୍ ହକି : ସେମିରେ ଆଜି ଫ୍ରାନ୍ସ ବନାମ ଆର୍ଜେଂଟିନା ଏବଂ ଭାରତ ବନାମ ଜର୍ମାନୀ

ଭୁବନେଶ୍ୱର- ଜୁନିଅର ବିଶ୍ୱକପ୍ ହକିରେ ଆଜି ସେମିଫାଇନାଲର ଦିନ । ଆଜି ପ୍ରଥମ ସେମିଫାଇନାଲର ଫ୍ରାନ୍ସ ଓ ଆର୍ଜେଂଟିନା ମଧ୍ୟରେ ଖେଳାଯିବ । ସଂଧ୍ୟା ସାଢେ ୭ଟାରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ, ଦ୍ୱିତୀୟ ସେମିଫାଇନାଲରେ ୬ ଥରର ଚାମ୍ପିଅନ ଜର୍ମାନୀକୁ ଭେଟିବ । କ୍ୱାର୍ଟର ଫାଇନାଲରେ ଭାରତ, ବେଲଜିୟମକୁ ୧-୦ ଗୋଲରେ ହରାଇଥିବା ବେଳେ ଫ୍ରାନ୍ସ, ମାଲେସିଆକୁ ୪-୦ ଗୋଲରେ ହରାଇଥିଲା । କ୍ୱାର୍ଟର ଫାଇନାଲରେ ଜର୍ମାନୀ ପେନାଲଟି ସୁଟଆଉଟରେ ୩-୧ ଗୋଲରେ ସ୍ପେନକୁ ହରାଇଥିବା ବେଳେ ଆର୍ଜେଂଟିନା ୨-୧ ଗୋଲରେ ନେଦରଲାଣ୍ଡସକୁ ପରାସ୍ତ କରିଥିଲା ।

Comments are closed.