ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ୍ କରିପାରେ ସମ୍ଭାବ୍ୟ ବାତ୍ୟା, ଆଜି ମଧ୍ୟରାତ୍ରିରୁ ବଢିବ ବର୍ଷା, ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର – ବଙ୍ଗୋର ସାଗରରେ ଗଭୀର ଅବପାତ ୮ରୁ ୧୦ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ । ପ୍ରେସମିଟରେ ଏ ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ପୁରୀ ଜିଲ୍ଲାର କୌଣସି ସ୍ଥାନରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ସେ କହିଛନ୍ତି । ୪ ତାରିଖ ସଂଧ୍ୟା କିମ୍ବା ୫ ତାରିଖ ଦିନ ସକାଳେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କିଲୋମିଟର ରହିପାରେ । ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ଅତି ପ୍ରବଳ ବର୍ଷା ହେବ । ଆଜି ମଧ୍ୟରାତ୍ରିରପ ବର୍ଷା ଆରମ୍ଭ ହେବ । ଏସବୁ ଜିଲ୍ଲାରେ ପ୍ରାୟ ୨୦୦ ମିମି ବର୍ଷା ହୋଇପାରେ ବୋଲି ଏସଆରସି କହିଛନ୍ତି ଆସନ୍ତାକାଲି ସଂଧ୍ୟାରୁ ୫ ତାରିଖ ସକାଳ ଯାଏଁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଜଲବନ୍ଦୀ ସ୍ଥିତି ହୋଇପାରେ । କିନ୍ତୁ ବନ୍ୟା ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସଆରସି ।

Comments are closed.