ସ୍ଥଳଭାଗ ଆଡେ ମୁହାଁଉଛି ବାତ୍ୟା, ଚାରଟି ଜିଲ୍ଲାକୁ ୨୪ ଘଣ୍ଟା ପାଇଁ ରେଡ୍ ଆଲର୍ଟ

ଭୁବନେଶ୍ୱର- ବଙ୍ଗୋପସାଗରରେ ଶକ୍ତିଶାଳୀ ହୋଇ ବାତ୍ୟା ଜୱାଦ ସ୍ଥଳଭାଗ ମୁହାଁ ହୋଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରୁ ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଜିଲ୍ଲା ଉପକୂଳ ନିକଟରେ ପହଂଚି ପଶ୍ଚିମବଙ୍ଗ ଉପକୂଳ ଆଡକୁ ଅଗ୍ରସର ହେବ ଜୱାଦ । ଉପକୂଳରେ ପହଂଚିବା ପରେ ଏହା କ୍ରମଶଃ ଦୁର୍ବଳ ହେବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ଓ ସର୍ବାଅଧିକ ୫ ମିଟର ଉଚ୍ଚର ଜୁଆର ଉଠିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ବାତ୍ୟା ପ୍ରଭାବଗେର ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହି ଚାରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲାରେ ଗତକାଲିଠାରୁ ବର୍ଷା ଆରମ୍ଭ ହୋଇଯାଇଛି । ଆଜି ସକାଳ ସାଢେ ୮ରୁ ୫ ତାରିଖ ସକାଳ ସାଢେ ୮ ଯାଏଁ ୪ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ ଓ ରାୟଗଡା ଜିଲ୍ଲା ପାଇଁ ଆଜି ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Comments are closed.