ସମୁଦ୍ର ଭିତରେ ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ : ଏ ଯାଏଁ ପାରାଦୀପରେ ସର୍ବାଧିକ ବର୍ଷା

ଭୁବନେଶ୍ୱର- ବାତ୍ୟା ଜୱାଦ ସମୁଦ୍ର ଭିତରେ ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଗତି କରୁଛି । ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ କହିଛି । ପୁରୀ ଜିଲ୍ଲାରେ ଆସନ୍ତାକାଲି ଲ୍ୟାଣ୍ଡଫଲ୍ କରିବା ଜୱାଦ । ବାତ୍ୟା ଦୃଷ୍ଟିରୁ ପୁରୀ ଓ ଗୋପାଳପୁର ବନ୍ଦରରେ ୭ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଗତକାଲିଠାରୁ ବର୍ତ୍ତମାନ ସୁଦ୍ଧା ପାରାଦୀପରେ ୬୨ ମିଲିମିଟର, ଗୋପାଳପୁରରେ ୪୩ ଓ ପୁରୀରେ ୪୦ ମିମି ବର୍ଷା ରେକର୍ଡ କରାଯାଇଛି ।

Comments are closed.