ପ୍ରଥମ ଥର ଚାଷୀଙ୍କ ରକ୍ତଦାନ: ଗୋପାଳପୁର ନର୍ବାଚନମଣ୍ଡଳୀର କୃଷକ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ବ୍ରହ୍ମପୁର: ସେମାନେ ମାଟିର ମଣିଷ… ମୁଣ୍ଡ ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କରି ଚାଲନ୍ତି। ଟାଙ୍ଗରା ଭୂଇଁକୁ ବି ଶସ୍ୟଶ୍ୟାମଳା ତଥା ଉତ୍ପାଦନକ୍ଷମ କରିବାର ସାମର୍ଥ୍ୟ ରହିଛି ତାଙ୍କ ନିକଟରେ। ବର୍ଷତମାମ ସେମାନେ ବହୁ କଷ୍ଟ ସ୍ୱୀକାର କରି ଯେଉଁ ଫସଲ ଅମଳ କରନ୍ତି ସେଥିରୁ କୋଟି କୋଟି ଲୋକଙ୍କ ପେଟକୁ ଦାନା ଯାଏ, ଭୋକ ଦାଉ ମେଣ୍ଟେ। ହେଲେ ତାଙ୍କର ସେହି ହାଡ଼ଭଙ୍ଗା ପରିଶ୍ରମକୁ କେତେଜଣ ବା ଚିହ୍ନି ପାରନ୍ତି। କେତେଜଣ ବା ଏମିତି ଦରଦୀ ମଣିଷ ଅଛନ୍ତି ଯେଉଁମାନେ ଏଇ ମେହନତି ଲୋକଙ୍କ ଅନ୍ତରର ବେଦନା, ମନ ତଳର କୋହ ଓ ଛାତି ତଳର ବ୍ୟଥାକୁ ବୁଝିପାରନ୍ତି। ସେଭଳି ଜଣେ ରାଷ୍ଟ୍ରନାୟକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ତ ସେ କାଳିଆ ଭଳି ଏକ ଯୁଗପଯୋଗୀ ଯୋଜନା ପ୍ରଚଳନ କଲେ ଯାହା ଲକ୍ଷ ଲକ୍ଷ କୃଷକ ଓ ସେମାନଙ୍କ ପରିବାର ପାଇଁ ଏକ ବଡ଼ ସାହାରା ପାଲଟିଛି। ତାର ଅମଳ ବୃଦ୍ଧିରେ ସହାୟକ ହେଉଛି। ତାକୁ ଆର୍ଥିକ ଦୃଷ୍ଟିରୁ ଅଧିକ ଶକ୍ତ ଓ ସ୍ବାବଲମ୍ବୀ କରୁଛି। ଖାଲି ସେତିକି ନୁହେଁ କୋଭିଡ୍ ମହାମାରୀ ଜନିତ ଆର୍ଥିକ ସଙ୍କଟରୁ ଲକ୍ଷ ଲକ୍ଷ ଚାଷୀ, ଭାଗ ଚାଷୀ, କୃଷି ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଆର୍ଥିକ ସହାୟତା ବି ପ୍ରଦାନ କରିଥିଲେ। ଦେଶର ଅନ୍ୟ କୌଣସି ରାଜ୍ୟର ଶାସନ ମୁଖ୍ୟ ଏଭଳି ଚାଷୀଙ୍କ ପାଇଁ କୌଣସି ସହାୟତା ଦେବାର ହୁଏତ ନଜିର ନାହିଁ। ମାତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଦରଦର ସାଥୀ ହୋଇପାରିଥିଲେ।

ଆଉ ଏବେ ସେମାନଙ୍କ ତରଫରୁ କୃତଜ୍ଞତା ଅର୍ପଣ କରିବା ସକାଶେ ଆଗେଇ ଆସିଛନ୍ତି ଚାଷୀ। ରାଜ୍ୟରେ, ବୋଧହୁଏ ଦେଶରେ ପ୍ରଥମ ଥର ସକାଶେ କୃଷକମାନେ ଏକ ନିଆରା ପଦକ୍ଷେପ ଜରିଆରେ ସେମାନଙ୍କ ପ୍ରତି ଆଶୀର୍ବାଦର ହାତ ବଢ଼ାଇ ଆସିଥିବା ସାଢ଼େ ୪ କୋଟି ଓଡ଼ିଆଙ୍କ ପରିବାର ମୁଖିଆଙ୍କୁ ନିଜ ଆଡୁ ଜଣାଇଛନ୍ତି ସାଧୁବାଦ। ରଙ୍ଗେଇଲୁଣ୍ଡା ବ୍ଲକ୍ ରଣ୍ଢା ଗ୍ରାମର ମୁକ୍ତେଶ୍ୱର ପୀଠ ପରିସରରେ ଆଜି ଆୟୋଜିତ ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ଉକ୍ତ ଗାଁ ଓ ଆଖପାଖ ଅଞ୍ଚଳର ଚାଷୀ। ଗତ ମାସ ଦୁଇ ତାରିଖରୁ ଆରମ୍ଭ ହୋଇଥିଲା ବିଜୁ ଜନତା ଦଳର ମାସେ ବ୍ୟାପୀ ଜନସେବା କାର୍ଯ୍ୟକ୍ରମ। ନଭେମ୍ବର ୨ ତାରିଖ ଉଦ୍‌ଯାପନୀ କାର୍ଯ୍ୟକ୍ରମ ଅବସରରେ ବିଜେଡି ଯୁବ ନେତା ଅଜିତ ରାଉଳଙ୍କ ତତ୍ତ୍ବାବଧାନରେ କୃଷକମାନଙ୍କ ଏହି ଭିନ୍ନ କିସମର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଂଗ୍ରହ କରାଯାଇ ଥିଲା ୧୪୦ ୟୁନିଟରୁ ଅଧିକ ରକ୍ତ। ବ୍ଲକ୍ ଅଧ୍ୟକ୍ଷା ସି.ଏଚ୍.ଉଷାରାଣୀ, ବ୍ଲକ୍ ଉପାଧ୍ୟକ୍ଷ ତଥା ବ୍ଲକ୍‌ ବିଜେଡି ସଭାପତି ଅଜିତ ଦାଶଙ୍କ ସମେତ ବ୍ଲକର ଅନ୍ୟ ନେତୃବୃନ୍ଦ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

ନବୀନ ପଟ୍ଟନାୟକ ତ କୋଟି କୋଟି ଓଡ଼ିଆଙ୍କ ହୃଦୟର ଅଦ୍ବିତୀୟ ନେତା। ହେଲେ ଚାଷୀଙ୍କ ପାଇଁ ଯେଭଳି ସେ ସହାୟତାର ହାତ ବଢ଼ାଇ ଆସିଛନ୍ତି ସେଥିପାଇଁ ଏବେ କୃଷକମାନେ ନିଜ ଆଡୁ କୃତଜ୍ଞତା ଜ୍ଞାପନ କରିବାକୁ ଆଗେଇ ଆସିଥିଲୁ ବୋଲି କହିଛନ୍ତି ରଣ୍ଢାର ଚାଷୀ ସୀମାଞ୍ଚଳ ଦାସ। କିନ୍ତୁ ମୁଖ୍ୟମନ୍ତ୍ରୀ ତ ଏତେ ସରଳ, ନିରାଡମ୍ବର ଜୀବନ ଜୀଉଁଥିବା ବ୍ୟକ୍ତି ଯେକି ନିଜ ଜନ୍ମଦିନକୁ ମଧ୍ୟ ଧୁମଧାମରେ ପାଳିବାକୁ ଆଦୌ ପସନ୍ଦ କରନ୍ତି ନାହିଁ, ତାଙ୍କୁ ପୁଣି ବା କିଭଳି ସାଧୁବାଦ ଜଣାଇଥାନ୍ତେ ଚାଷୀ। କଣ ବା ଉପହାର ଭେଟି ଦେଇଥାନ୍ତେ। ତାଙ୍କ ପାଇଁ କଣ ବା ବହୁମୂଲ୍ୟ, ଅପହଞ୍ଚ। ସେଥିପାଇଁ ତ ଚାଷୀଗୋଷ୍ଠୀ ତାଙ୍କରି ମାର୍ଗଦର୍ଶନରେ ସାମାଜିକ ସେବାକୁ ମହତ୍ତ୍ୱ ଦେଇ ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି କୃତଜ୍ଞତା ଜଣାଇଛୁ ବବୋଲି କହିଛନ୍ତି ପଞ୍ଚମା ଅଞ୍ଚଳର କୃଷକ ଏନନା ପ୍ରଧାନ ଓ ଶିବ ପ୍ରଧାନ।

Comments are closed.