ଜେନେରାଲ ରାୱତଙ୍କ ବିୟୋଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ – ଦେଶର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ –ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁରେ ସାରାଦେଶରେ ଶୋକ ପ୍ରକାଶ ପାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ଗୃହ ମନ୍ତ୍ରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ଜେନେରାଲ ରାୱତଙ୍କ ଅସମୟ ମୃତ୍ୟୁରେ ସେ ମର୍ମାହତ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ଦେଶ ଜଣେ ସାହସୀ ସୈନ୍ୟଙ୍କୁ ହରାଇଲା ବୋଲି ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଜେନେରାଲ ରାୱତଙ୍କ ଦୀର୍ଘ ଚାରି ଦଶକର ନିଃସ୍ୱାର୍ଥପର ଦେଶସେବା ପାଇଁ ସର୍ବଦା ମନେ ରହିବେ ବୋଲି ରାଷ୍ଟ୍ରପତି କହିଛନ୍ତି ।

ଜେନେରାଲ ବିପିନ ରାୱତ ଜଣେ ପରାକ୍ରମୀ ସୈନ୍ୟ ଥିଲେ । ସେ ଜଣେ ସଚ୍ଚା ଦେଶଭକ୍ତ ଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରି କହିଛନ୍ତି । ସଶସ୍ତ୍ର ବାହିନୀର ଆଧୁନିକୀକରଣରେ ତାଙ୍କର ଅବଦାନ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Comments are closed.