ବାଜିଲା ପୌର ନିର୍ବାଚନ ବିଗୁଲ, ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ, ୨୬ରେ ଗଣତି

ଭୁବନେଶ୍ୱର- ରାଜ୍ୟରେ ମାର୍ଚ୍ଚରେ ୨୪ରେ ହେବ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି । ମାର୍ଚ୍ଚ ୨୬ରେ ହେବ ଭୋଟ ଗଣତି ।

୧୦୬ ମ୍ୟୁନିସିପାଲଟି, ଏନଏସି ଏବଂ ୩ଟି ମହାନଗରରେ ହେବ ନିର୍ବାଚନ । ଅଦାଲତି କାରଣ ଯୋଗୁଁ ପୁରୀ ମ୍ୟୁନିସିପାଲିଟି ପାଇଁ ନିର୍ବାଚନ ହେବ ନାହିଁ ।

୪୭ଟି ମ୍ୟୁନିସପାଲିଟି ଓ ୫୯ NAC ପାଇଁ ନିଆଯିବ ଭୋଟ୍‌ ।
ମ୍ୟୁନିସପାଲିଟି ଓ NACର ମୋଟ୍ ୧୭୬୩ ୱାର୍ଡରେ ହେବ ଭୋଟ୍ ।

ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ । ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ନିର୍ବାଚନ ପାଇଁ ଏହି ମାସ ୨୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।

୪୧ ଲକ୍ଷ ସହରାଞ୍ଚଳ ଭୋଟର ନିର୍ବାଚନରେ ଭୋଟ ଦେବେ । ମେୟର/ପୗେରାଧ୍ୟକ୍ଷ ପାଇଁ ଏଥର ପ୍ରତ୍ୟକ୍ଷ ନିର୍ବାଚନ ହେବ ।

ଏଥର ନିର୍ବାଚନରେ ଇଭିଏମ୍‌ରେ ଭୋଟ ଗ୍ରହଣ କରାଯିବ । ପ୍ରତି ବୁଥ୍‌ରେ ରହିବ ୨ଟି ଇଭିଏମ । ଗୋଟିଏ ଇଭିଏମ୍‌ରେ ମେୟର/ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇହେବ । ଅନ୍ୟ ଇଭିଏମ୍‌ରେ କାଉନସିଲର/କର୍ପୋରେଟରଙ୍କୁ ଭୋଟ ଦିଆଯାଇପାରିବ ।

Comments are closed.