ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ, ପାସ ହାର ୬୭ ଦଶମିକ ୫୬ ପ୍ରତିଶତ

ଭୁବନେଶ୍ୱର : ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ପରୀକ୍ଷାଫଳ । ମୋଟ ପାସ ହାର ରହିଛି ୬୭ ଦଶମିକ ୫୬ ପ୍ରତିଶତ । ଗତବର୍ଷ ପାସ ହାର ୬୫ ଦଶମିକ ୮୯ ପ୍ରତିଶତ ଥିଲା । ପୁଅମାନଙ୍କ ଅପେକ୍ଷା ଝିଅମାନେ ଭଲ କରିଛନ୍ତି । ଝିଅମାନଙ୍କ ମଧରେ ପାସ ହାରି ରହିଛି ୭୫ ଦଶମିକ ୪୮ ପ୍ରତିଶତ । ପୁଅମାନଙ୍କ ମଧ୍ୟରେ ପାସ ହାର ହେଲା ୫୭ ଦଶମିକ ୫୩ ପ୍ରତିଶତ । ଏଥର ମୋଟ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ଏହା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ଅଗଷ୍ଟ ୧୨ରେ ଯୁକ୍ତ ଦୁଇ ବିଜ୍ଞାନ ଓ ସେହିମାସ ୧୯ରେ ଯୁକ୍ତ ଦୁଇ ବାଣିଜ୍ୟ ଫଳ ପ୍ରକାଶ କରିଥିଲା । ବିଜ୍ଞାନରେ ପାସ ହାର ୭୦ ଦଶମିକ ୨୧ ରହିଥିଲା ବେଳେ ବାଣିଜ୍ୟରେ ପାସ୍ ହାର ଥିଲା ୭୪ ଦଶମିକ ୯୫ ପ୍ରତିଶତ ।

ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ୨୨ ହଜାର ୧୯୭ ପିଲା, ଦ୍ୱିତୀୟ ଶ୍ରେଣୀରେ ୨୬ ହଜାର ୨୭ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୦୧ ପିଲା ପାସ୍ କରିଛନ୍ତି । ବରଗଡ ଜିଲ୍ଲାରେ ସର୍ବାଧିକ ପାସହାର ରହିଛି । ଜିଲ୍ଲାରୁ ୭୮ ଦଶମିକ ୪୦ ପ୍ରତିଶତ ପାସ ହୋଇଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ୧୨ ଦଶମିକ ୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୫ଟି କଲେଜରେ ୧୦୦ ପ୍ରତିଶତ ପିଲା ପାସ କରିଥିବା ବେଳେ ୧୦ଟି ଅନୁଷ୍ଠାନରେ କେହି ବି ପାସ କରିନାହାନ୍ତି । ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ପରୀକ୍ଷା ଫଳାଫଳ ନିବି ର୍ଶେଷରେ ସବ ର୍ଦା ଆଗକୁ ବଢିବାର ଇଚ୍ଛା ନେଇ ଦୃଢ ଆତ୍ମବିଶ୍ୱାସର ସହ ନିଷ୍ଠାପର ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ନବୀନ ।

Comments are closed.