ରାଜ୍ୟରେ ଆଇପିଏସ ସ୍ତରରେ ସାମାନ୍ୟ ଅଦଳବଦଳ, ଅରୁଣ ରାୟ ନୂଆ କମ୍ୟୁନିକେସନ ଏଡିଜି

ଭୁବନେଶ୍ୱର- ରାଜରେ ଆଇପିଏସ ସ୍ତରରେ ସାମାନ୍ୟ ଅଦଳବଦଳ କରାଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରି ଅରୁଣ ରାୟ କମ୍ୟୁନିକେସନ ଏଡିଜି ହୋଇଛନ୍ତି । ଲଳିତ ଦାସଙ୍କୁ ଦିଆଯାଇଛି ଏଡିଜି ହେଡକ୍ୱାର୍ଟର ଦାୟିତ୍ୱ । କେନ୍ଦ୍ରୀୟ ଡେପୁଟେସନ ଶେଷ ପରେ ଯଶୱନ୍ତ ଜେଠୱାଙ୍କୁ ଏଡିଜି ଆଇନଶୃଙ୍ଖଳା ଦାୟିତ୍ୱ ଦିଆଯାଇଛି । ବିନୟତୋଷ ମିଶ୍ରଙ୍କୁ ଷ୍ଟେଟ୍ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ଅତିରିକ୍ତ ପୋଲିସ କମିଶନର ସଂଜୟ କୁମାର ସିଂଙ୍କୁ ଆଇଜି ଆଧୁନିକୀକରଣର ନୂଆ ଦାୟିତ୍ୱ ମିଳିଛି ।

Comments are closed.