ରାଜ୍ୟ ସରକାରଙ୍କ ପୂଜା ଗାଇଡଲାଇନ୍ସ, ନିରାଡମ୍ବର ଭାବେ ହେବ ପୂଜା, ମୂର୍ତି ଉଚ୍ଚତା ରହିବ ସର୍ବାଧିକ ୪ ଫୁଟ, ଭସାଣ ଉତ୍ସବ ମନା

ଭୁବନେଶ୍ୱର- ପାର୍ବଣ ଋତୁ ପାଇଁ ଗାଇଜଲାଇନ୍‌ସ ଜାରି କରିଛନ୍ତି ରାଜ୍ୟ ସରକାର । ଦୁର୍ଗାପୂଜା, ଲକ୍ଷ୍‌ମୀପୂଜା, କାଳୀପୂଜା ପାଇଁ ଜାରି ହୋଇଛି ଗାଇଡଲାଇନ୍ସ । ପୂଜା ମଣ୍ଡପ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ନେବାକୁ ପଡିବ । କମିଶନରେଟ୍ ପୋଲିସ ଅଂଚଳରେ ପୋଲିସ କମିଶନର ଅନୁମତି ଦେବେ । ତେବେ ମଣ୍ଡପରେ ମୂର୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ।

ମଣ୍ଡପ ଚାରିପଟ ବନ୍ଦ ରହିବା ସହ ସାଧାରଣ ଲୋକଙ୍କୁ ଦର୍ଶନ ମନା ରହିବ । ମଣ୍ଡପରେ ୭ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ । କର୍ତା, ପୂଜକ ଓ ସହଯୋଗୀ କର୍ମକର୍ତାଙ୍କୁ ହିଁ ମଣ୍ଡପରେ ରହିପାରିବେ । ମଣ୍ଡପଗୁଡିକରେ କୋଭିଡ ନିୟମ ପାଳନ ବାଧ୍ୟତାମୂଳକ । ଯଦି କେହି କୋଭିଡ ନିୟମ ଉଲ୍ଲଂଘନ କରିବେ, ତାହା ହେଲେ ପ୍ରଶାସନ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ।

ସ୍ଥାନୀୟ ପ୍ରଶାସନର ସର୍ତକୁ ମଧ୍ୟ ପୂଜା ଆୟୋଜକମାନେ ମାନିବାକୁ ବାଧ୍ୟ ବୋଲି ଏସଆରସି କହିଛନ୍ତି । ପୂଜା ସରିଲା ପରେ ଭସାଣ ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ । ମଣ୍ଡପଗୁଡିକରେ ସାଂସ୍କୃତିକ କାଯ୍ୟ ର୍କ୍ରମକୁ ମଧ୍ୟ ଅନୁମତି ମିଳିବ ନାହିଁ । କୃତ୍ରିମ ପୋଖରୀ କରାଯାଇ ମୂର୍ତି ବିସର୍ଜନ କରାଯିବ ।

Comments are closed.