ରାଜ୍ୟରେ ପୂଜା ଛୁଟି ପରେ ଖୋଲିପାରେ ସ୍କୁଲ କଲେଜ୍‌, ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର- ପୂଜାଛୁଟି ପରେ ସ୍କୁଲ୍ ଓ କଲେଜ ଖୋଲିବା ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍କୁଲ୍ ଓ ଆସବାବ ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ୬ ମାସ ବନ୍ଦ ଥିବାରୁ ସ୍କୁଲ୍ ପରିସରକୁ ସ୍ୱଚ୍ଛ ରଖିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ସ୍କୁଲ୍ ଭିତିଭୂମିକୁ ପ୍ରାକ୍ କୋଭିଡ ସ୍ଥିତିକୁ ଫେରାଇ ଆଣିବାକୁ ଶିକ୍ଷକମାନଙ୍କୁ କୁହାଯାଇଛି ।

Comments are closed.