ରାଜ୍ୟରେ କୋରୋନା ସୁସ୍ଥ ହୋଇଥିବା ଲୋକଙ୍କ ସଂଖା ୨ ଲକ୍ଷ ନିକଟତର, ଆଜି ଆଉ ୪ ହଜାର ୬୬ ସୁସ୍ଥ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୪୮

ଭୁବନେଶ୍ୱର- ରାଜ୍ୟରେ କୋରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ୪ ହଜାର ୬୬ ଜଣଙ୍କ ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧ ଲକ୍ଷ ୯୮ ହଜାର ୧୯୪ ହୋଇଛି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୪୮ ଜଣ ସୁସ୍ଥ ହୋଇଥିବା ବେଳେ କଟକ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୫୨୧ । ଅନୁଗୁଳ ଜିଲ୍ଲାରୁ ୨୨୫, ଯାଜପୁରରୁ ୧୮୧, ସୁନ୍ଦରଗଡରୁ ୧୬୭, ଜଗତସିଂହପୁରରୁ ୧୫୨, ନୂଆପଡାରୁ ୧୫୨, ବରଗଡରୁ ୧୪୧, ନବରଂଗପୁରରୁ ୧୩୫, ସମ୍ବଲପୁରରୁ ୧୨୮, ଭଦ୍ରକରୁ ୧୨୭, ବାଲେଶ୍ୱରରୁ ୧୧୯, ମୟୂରଭଂଜରୁ ୧୧୪, କନ୍ଧମାଳରୁ ୧୦୮, କେନ୍ଦ୍ରାପଡାରୁ ୧୦୬, ପୁରୀ ଜିଲ୍ଲାୁ ୧୦୫ ସୁସ୍ଥ ହୋଇଛନ୍ତି । ଝାରସୁଗୁଡାରୁ ୯୧ ଓ ବଲାଙ୍ଗିରରୁ ୮୧ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୬୦ ସୁସ୍ଥ ହୋଇଛନ୍ତି ।

Comments are closed.