ରାଜ୍ୟରେ ଆଉ ୪ ହଜାର ୧୮୦ ଜଣ କୋରୋନା ସଂକ୍ରମିତ, ୨୪ ଘଂଟାରେ ୧୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ବଢିଚାଲିଛି କୋରୋନା ସଂକ୍ରମଣ ସଂଖ୍ୟା । ଗତ କିିଛି ଦିନ ହେବ ଦୈନିକ ସଂକ୍ରମଣ ସଂଖ୍ୟା ୪ ହଜାରରୁ ଅଧିକ ହିଁ ରହୁଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪ ହଜାର ୧୮୦ଟି ନୂଆ ମାମଲା ଆସିଛି । ସଂଗରୋଧ କେନ୍ଦ୍ରରୁ ୨୪୬୬ ଓ ସ୍ଥାନୀୟ ଅଂଚଳରୁ ୧୭୧୪ ନୂଆ ପିଜିଟଭ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୯୨ ଆକ୍ରାନ୍ତ । ଯାଜପୁରରୁ ୧୮୪, ପୁରୀରୁ ୧୬୬, ସୁନ୍ଦରଗଡରୁ ୧୬୬, ମୟୂରଭଂଜରୁ ୧୬୩, ରାୟଗଡାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ବରଗଡରୁ ୧୦୦, ଜଗତସିଂହପୁରରୁ ୧୨୩, କେନ୍ଦ୍ରାପଡାରୁ ୧୨୧, ସମ୍ବଲପୁରରୁ ୧୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୫୮ ଓ ଗଜପତିରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା ରହିଛି ୩୭ ହଜାର ୧୪୦ । ଏ ଯାଏଁ ୧ ଲକ୍ଷ ୩୩ ହଜାର ୪୬୬ ସୁସ୍ଥ ହୋଇସାରିଲେଣି ।

ଗତ ୨୪ ଘଂଟାରେ ରାଜ୍ୟରେ କୋରୋନା ଯୋଗୁଁ ଆଉ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଧା ଜିଲ୍ଲାରୁ ୩, ପୁରୀ ଓ କେନ୍ଦ୍ରାପଡାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା ୬୮୨କୁ ବୃଦ୍ଧି ପାଇଛି ।

Comments are closed.