କୋରୋନା ପ୍ରକୋପ : ଦୈନିକ ସଂକ୍ରମଣ ୨୫୦୦ ପାର୍ , ଖୋର୍ଦ୍ଧା ଜିଲ୍ଲା ସହ ଚିନ୍ତା ବଢାଉଛି ପଶ୍ଚିମ ଓଡିଶା

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି କୋରୋନା ପ୍ରକୋପ । ବଢିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଦୈନିକ କୋରୋନା ସଂକ୍ରମଣ ୨ ହଜାର ଡେଇଁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୭୦୩ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ୪୦୯ ଶିଶୁ ଓ କିଶୋର ଅଛନ୍ତି । ସଙ୍ଗରୋଧରୁ ୧ ହଜାର ୫୭୯ ଓ ସ୍ଥାନୀୟ ଅଂଚଳରୁ ୧୧୨୪ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୪୫୪, କଟକରୁ ୧୯୧, ସମ୍ବଲପୁରରୁ ୧୭୯, ଝାରସୁଗୁଡାରୁ ୧୦୬, ଯାଜପୁରରୁ ୭୮, ବରଗଡରୁ ୭୫, ବାଲେଶ୍ୱରରୁ ୭୩, ବଲାଙ୍ଗିରରୁ ୫୪, ପୁରୀରୁ ୫୪, ମୟୂରଭଞ୍ଜରୁ ୪୨, ଦେବଗଡରୁ ୩୭, କେନ୍ଦୁଝରରୁ ୩୩, ନବରଙ୍ଗପୁରରୁ ୨୯, ଗଞ୍ଜାମରୁ ୨୭, ରାୟଗଡାରୁ ୨୨,କୋରାପୁଟରୁ ୧୯, କଳାହାଣ୍ଡିରୁ ୧୩,ଜଗତସିଂହପୁରରୁ ୧୩, ନୂଆପଡାରୁ ୧୦, ସୋନପୁରରୁ ୧୦, ଗଜପତିରୁ ୯, ଅନୁଗୁଳରୁ ୭, ବୌଦ୍ଧରୁ ୭, କେନ୍ଦ୍ରାପଡାରୁ ୬, ନୟାଗଡରୁ ୬, ଭଦ୍ରକରୁ ୫, ଢେଙ୍କାନାଳରୁ ୩, କନ୍ଧମାଳରୁ ୩, ମାଲକାନଗିରିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କୋରୋନା ଆକ୍ରାନ୍ତ । ଷ୍ଟେଟପୁଲରୁ ୨୧୧ ମାମଲା ଆସିଛି । ରାଜ୍ୟରେ ଏବେ ସକ୍ରିୟ ମାମଲା ୮ ହଜାର ୨୩୭କୁ ବୃଦ୍ଧି ପାଇଛି ।

Comments are closed.