ରାଜ୍ୟର କୋରୋନା ଗ୍ରାଫ୍ ନିମ୍ନଗାମୀ, ୨୪ ଘଂଟାରେ ୩ ହଜାର ୬୭ ନୂଆ ରୋଗୀ ଚିହ୍ନଟ, ଖୋର୍ଧାରୁ ୫୫୫, ମୃତ୍ୟୁ ସଂଖ୍ୟା ୮୨୮କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୬୭ ନୂଆ କୋରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୧ ହଜାର ୮୦୯ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୨୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ତାଲିକାରେ ଆଜି ବି ଖୋର୍ଧା ଜିଲ୍ଲା ପ୍ରଥମରେ ରହିଛି । ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୫୫ ଜଣ ନୂଆ ଆକ୍ରାନ୍ତ । କଟକରୁ ୨୩୦, ପୁରୀରୁ ୧୭୮, ମୟୂରଭଂଜରୁ ୧୪୩, ବାଲେଶ୍ୱରରୁ ୧୪୬, ଅନୁଗୁଳରୁ ୧୨୯ , ଝାରସୁଗୁଡାରୁ ୯୬, କେନ୍ଦ୍ରାପଡାରୁ ୯୪, ଢେଙ୍କାନାଳରୁ ୯୧ ଆକ୍ରାନ୍ତ ଚିହ୍ନଟ ଅଛନ୍ତି ।

କୋରୋନା ଗ୍ରାଫ୍‌ର ବେଶ ତଳକୁ ଖସିଆସିଥିବା ଗଂଜାମ ଜିଲ୍ଲାରୁ ୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୫ ହଜାର ୬୭୬କୁ ବୃଦ୍ଧି ପାଇଥିବା ବେଳେ ୧ ଲକ୍ଷ ୭୭ ହଜାର ୫୮୫ ଜଣ ସୁସ୍ଥ ହୋଇସାରିଲେଣି । ୩୭ ହଜାର ୨୧୦ ଜଣ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି । ଏଣେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୧୫ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଏଥିସହିତ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି ।

Comments are closed.