ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ପଦକ୍ଷେପ : ୩୩୮ଟି ଡାକ୍ତରଖାନା ଓ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିବେ ରାଜ୍ୟ ସରକାର

ଭୁବନେଶ୍ବର -ରାଜ୍ୟରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ଉନ୍ନତି ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରିବା ଏବଂ ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା ଅସୁବିଧାକୁ ଦୂର କରିବା ପାଇଁ ଆଗାମୀ ଦିନରେ ୩୩୮ଟି ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର -ସିଏଚ୍‌ସି ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର -ପିଏଚ୍‌ସି ନିର୍ମାଣ କରିବେ ରାଜ୍ୟ ସରକାର । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ଟି ଉପଖଣ୍ଡ ଡାକ୍ତରଖାନା, ୨୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୩୦୬ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବ। ଏକକାଳୀନ ନୂତନ ଭାବେ ୩୩୮ଟି ଡାକ୍ତରଖାନା ଓ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବା ପରେ ବିଶେଷ ଭାବେ ଗ୍ରାମାଞ୍ଚଳର ଲୋକେ ବହୁ ଉପକୃତ ହେବେ।

Comments are closed.