ନକଲି ଔଷଧ କାରବାର ଅଭିଯୋଗରେ କଟକରୁ ଆଉ ଦୁଇ ଗିରଫ

କଟକ – ନକଲି ଔଷଧ କାରବାର ମାମଲାରେ ଆଉ ଦୁଇ ଗିରଫ । କମିସନରେଟ ପୋଲିସ କଟକ ନୟାସଡ଼କ ଏବଂ ନିମଚଉଡି ଅଞ୍ଚଳର ଦୁଇ ଷ୍ଟକିଷ୍ଟ ଶିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୮ ହଜାର ଷ୍ଟ୍ରିପ ନକଲି ଟେଲମା -୪୦ ଔଷଧ ଜବତ କରାଯାଇଛି । ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ। ଗିରଫ ଦୁଇ ଷ୍ଟକିଷ୍ଟ ପୂର୍ବରୁ ଗିରଫ ହୋଇଥିବା ଭିଆର ଏଜେନ୍ସି ଏବଂ ପୂଜା ଏଣ୍ଟରପ୍ରାଇଜର୍ସର ଦୁଇ ଷ୍ଟକିଷ୍ଟଙ୍କଠାରୁ ନକଲି ଔଷଧ କିଣି ଛୋଟ ଛୋଟ ଫାର୍ମାକୁ ବିତରଣ କରୁଥିଲେ। ଏହା ଜାଣିବା ପରେ ଡ୍ରଗ୍ସ କଂଟ୍ରୋଲ ବିଭାଗ ଏବଂ ପୋଲିସ ଚଢ଼ଉ କରି ବିପୁଳ ପରିମାଣର ଔଷଧ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି।

Comments are closed.