ଏହି ମାସ ୧୨ରୁ ୧୯ ଯାଏଁ ଓଜେଇଇ, ଦିନକୁ ତିନି ସିଫ୍ଟରେ ହେବ ପରୀକ୍ଷା, ୫ରୁ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ୱର- ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା –ଓଜେଇଇ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି । ଏହି ମାସ ୧୨ ତାରିଖରୁ ୧୯ ତାରିଖ ଯାଏଁ ହେବ ପରୀକ୍ଷା । ପରୀକ୍ଷା ଦିନକୁ ତିନି ସିଫ୍‌ଟରେ କଂପ୍ୟୁଟର ବେସଡ୍ ଟେଷ୍ଟ ମୋଡ୍‌ରେ ହେବ । ସକାଳ ୯ରୁ ୧୧ ପ୍ରଥମ ସିଫ୍ଟ. ମଧ୍ୟାହ୍ନ ସାଢେ ୧୨ରୁ ସାଢେ ୨ ଦ୍ୱିତୀୟ ସିଫ୍ଟ ଓ ଅପରାହ୍ନ ୪ଟାରୁ ୬ଟା ତୃତୀୟ ସିଫ୍ଟ ପରୀକ୍ଷା ହେବ । ଆସନ୍ତା ୫ ତାରିଖରେ ମିଳିବ ଆଡମିଟ୍ କାର୍ଡ । ଛାତ୍ରଛାତ୍ରୀମାନେ ନିଜର ଓଜେଇଇ ଆଇଡି ପାସୱାର୍ଡ ବ୍ୟବହାର କରି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଏ ବର୍ଷ ରେକର୍ଡ ୭୯ ହଜାର ୮ ଶହ ଛାତ୍ରଛାତ୍ରୀ ଓଜେଇଇ ପାଇଁ ପଂଜୀକରଣ କରିଛନ୍ତି ।

Comments are closed.