ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଟ୍ବିଟରରେ ଟ୍ରେଣ୍ଡ୍ ହେଲା ‘ଜାତୀୟ ବେରୋଜଗାର ଦିବସ’, ଦୁଇ କୋଟି ନିଯୁକ୍ତି କୁଆଡେ଼ ଗଲା ବୋଲି ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ | ଏହି ଅବସରରେ ବିଜେପି ୨୦ ଦିନିଆ ସେବା ତଥା ଉତ୍ସର୍ଗୀକୃତ ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଥିବାବେଳେ ଯୁବ କଂଗ୍ରେସ ଏହାକୁ ବେକାରୀ ଦିବସ ଭାବେ ପାଳନ କରୁଛି। ପିଏମ ମୋଦିଙ୍କ ଜନ୍ମଦିନ ଅବସରରେ ‘ଜାତୀୟ ବେରୋଜଗାର ଦିବସ’ ନାମକ ପ୍ରସଙ୍ଗ ଟ୍ରେଣ୍ଡ ହେଉଛି। ସରକାର ପ୍ରତିଶ୍ରୁତି ଦେଇଥିବା ‘ଦୁଇ କୋଟି ନିଯୁକ୍ତି’ କାହିଁ ବୋଲି ବହୁ ଲୋକ ପ୍ରଶ୍ନ କରିଛନ୍ତି । ଯୁବକଙ୍କ ସମେତ ସହିତ ଅନେକ ରାଜନେତା ଏବଂ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧ୍ୟ ଦେଶରେ ଉଦବେଗଜନକ ବେକାରୀ ସମସ୍ୟା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ।

ଯୁବ କଂଗ୍ରେସର ଜାତୀୟ ସଭାପତି ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ଲେଖିଛନ୍ତି, “ଦେଶ ଏହାର ପ୍ରଧାନମନ୍ତ୍ରୀଙ୍କୁ ଜାତୀୟ ବେକାରୀ ଦିବସ ଶୁଭେଚ୍ଛା ଜଣାଉଛି।”

ରାମ ତୀରଥ ନାମକ ଜଣେ ୟୁଜର୍ ଏକ ଖବରକାଗଜ ରିପୋର୍ଟକୁ ଭିତ୍ତି କରି କହିଛନ୍ତି, “ଅଗଷ୍ଟ ମାସରେ ୧୫ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇଛନ୍ତି। ଦେଶରେ ବହୁ ସଂଖ୍ୟକ ବେକାର ଗ୍ରାଜୁଏଟ୍ ଅଛନ୍ତି।”

ସେହିପରି ଗଗନଦୀପ କୌର ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଭାରତ ଚାକିରୀମୁକ୍ତ ଦେଶ ହୋଇଯାଇଛି। ଅନ୍ୟ ଏକ ମାଷ୍ଟର ଷ୍ଟ୍ରୋକ୍ ପାଇଁ ମୋଦିଙ୍କୁ ଧନ୍ୟବାଦ!”

ଅନ୍ୟପକ୍ଷରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସୂର୍ଯ୍ୟ ପ୍ରତାପ ସିଂ ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ୨ କୋଟି ଚାକିରି କାହିଁ ବୋଲି ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଚିତ୍ର ବ୍ୟବହାର କରି ଅନେକ ମଜାଦାର ମେମ୍ ମଧ୍ୟ ପ୍ରସ୍ତୁତ କରାଯାଉଛି |

ଏହା ବ୍ୟତୀତ ପୂର୍ବତନ କ୍ରିକେଟର ତଥା ବିଜେପି ନେତା କିର୍ତ୍ତୀ ଆଜାଦ ଜାତୀୟ ବେକାରୀ ଦିବସ ହ୍ୟାସଟ୍ୟାଗ୍ ବ୍ୟବହାର କରି ଲେଖିଛନ୍ତି, “ଅଚ୍ଛେ ଦିନ ଦରକାର ନାହିଁ, ଦୟାକରି ଆମକୁ ଖରାପ ଦିନ ହିଁ ଫେରାଇ ଦିଅନ୍ତୁ ।”

ପ୍ରତୀକ ମିଶ୍ର ନାମକ ଜଣେ ୟୁଜର ଲେଖିଛନ୍ତି, “ଚାକିରୀ ନାମରେ ସରକାର ଟଙ୍କା ରୋଜଗାର କରନ୍ତି, ସର୍ବପ୍ରଥମେ ସରକାର କମ୍ ପଦବୀ ଥିବା ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରନ୍ତି । ଏହା ପରେ ଆବେଦନ ଶୁଳ୍କର ନାମରେ ୬୦୦ ରୁ ୨୦୦୦ ଟଙ୍କା ନିଆଯାଏ । ତା’ପରେ ପରୀକ୍ଷା କେନ୍ଦ୍ରଗୁଡ଼ିକ ବିଷୟରେ ବିକଳ୍ପ ପଚରାଯାଏ ଏବଂ ଶେଷରେ ଉକ୍ତ କେନ୍ଦ୍ରକୁ ହିଁ ସହରରୁ ବାଦ୍ ଦିଅନ୍ତି |

Comments are closed.