ରାଜ୍ୟରେ ଦ୍ୱିତୀୟ ଡୋଜ୍ କୋଭିଡ ଟିକା ପ୍ରତି ଲୋକଙ୍କ ଆଗ୍ରହ କମ୍ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ତ୍ୱରାନ୍ୱିତ ହୋଇଥିବା ବେଳେ ଦ୍ୱିତୀୟ ଡୋଜ୍ ଟିକା ପ୍ରତି ଲୋକେ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ମାତ୍ର ୬୮ ଲକ୍ଷ ଲୋକ ଅର୍ଥାତ ୨୮ ପ୍ରତିଶତ ଲୋକ ହିଁ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଦ୍ୱିତୀୟ ଡୋଜ୍ ଟିକା ପାଇଁ ଲୋକଙ୍କୁ ମେସେଜ୍ ଦିଆଯାଉଛି । କିନ୍ତୁ ଅନେକ ଲୋକ ଆଗ୍ରହ ଦେଖାଉ ନାହାନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ଜିଲ୍ଲାସ୍ତରରେ ଦ୍ୱିତୀୟ ଡୋଜ୍ ନେଇ ନ ଥିବା ଲୋକଙ୍କର ତାଲିକା ପ୍ରକାଶ କରାଯିବ । ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ ସଚେତନ କରାଯିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି । ରାଜ୍ୟରେ ଏ ଯାଏଂ ୨ କୋଟି ୬୭ ଲକ୍ଷ କୋଭିଟ ଟିକାକରମ ହୋଇଛି । ଏଥିରୁ ୯୮ ଲକ୍ଷ ଅର୍ଥାତ୍ ୬୪ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ।

Comments are closed.