ଭାରତୀୟ କ୍ରିକେଟ୍ ଦଳର ଆଉ ଜଣେ ସଦସ୍ୟ କରୋନା ପଜିଟିଭ୍, ଅଭ୍ୟାସ ସେସନ୍ ବାତିଲ, ପଞ୍ଚମ ଟେଷ୍ଟ ନେଇ ଅନିଶ୍ଚିତତା

ଲଣ୍ଡନ: ଭାରତୀୟ କ୍ରିକେଟ୍ ଦଳର ଜଣେ ସପୋର୍ଟ ଷ୍ଟାଫ୍ ସଦସ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ସଂକ୍ରମିତ ସଦସ୍ୟ ହେଉଛନ୍ତି ସହାୟକ ଫିଜିଓ ଥେରାପିଷ୍ଟ ଯୋଗେଶ ପରାମର । ଆଉ ଏକ କରୋନା ମାମଲା ସାମ୍ନାକୁ ଆସିବା ପରେ ଟିମ୍ ଇଣ୍ଡିଆର ଆଜି ହେବାକୁ ଥିବା ଅଭ୍ୟାସ ସେସନ୍ କୁ ବାତିଲ କରାଯାଇଛି। ଏହା ସହିତ ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍ ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଦେଖାଦେଇଛି । ତେବେ ଭାରତୀୟ ଦଳର ସବୁ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଥିବା କୁହାଯାଇଛି । ସେମାନଙ୍କ ଦ୍ବିତୀୟ କୋଭିଡ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ପୂର୍ବରୁ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ଫିଲ୍ଡିଂ କୋଚ୍ ଶ୍ରୀଧର ଏବଂ ବୋଲିଂ କୋଚ୍ ଭରତ ଅରୁଣ କରୋନା ପଜିଟିଭ୍ ହୋଇ ଆଇସୋଲେସନରେ ରହିଛନ୍ତି । ସେମାନଙ୍କ ସହ ମୁଖ୍ୟ ଫିଜିଓ ଥେରାପିଷ୍ଟ ନୀତିନ୍ ପଟେଲ୍ ମଧ୍ୟ ସଙ୍ଗରୋଧରେ ଅଛନ୍ତି ।

Comments are closed.