କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ନେତାଙ୍କ ପଦଯାତ୍ରା

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଘଟଣାରେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବିରେ ଆଜି ବିରୋଧୀ ଦଳଙ୍କ ପକ୍ଷରୁ ସଂସଦ ଗୃହରୁ ବିଜୟ ଚୌକ୍ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି।

ଅଜୟ ମିଶ୍ର ଟେନିଙ୍କୁ ହଟାଇବାକୁ ବିରୋଧୀ ଦଳ ଦାବି କରୁଛନ୍ତି। ସରକାର ସଂସଦରେ ଏହି ପ୍ରସଙ୍ଗରେ ବିତର୍କ କରିବାକୁ ଚାହୁଁନାହାଁନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏହି ପଦଯାତ୍ରାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଭାଗ ନେଇଥିଲେ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି, “ଯାହାର ପୁଅ ଚାଷୀଙ୍କୁ ହତ୍ୟା କରିଛି, ଜିପ୍ ତଳେ ଚାପିଛି, ଯାହାକୁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ମଧ୍ୟ କୁହାଯାଉଛି.. ପ୍ରଧାନମନ୍ତ୍ରୀ ସେହି ମନ୍ତ୍ରୀଙ୍କ ବିଷୟରେ କିଛି କରନ୍ତି ନାହିଁ। ନା ଗଣମାଧ୍ୟମ ନା ସରକାର ନିଜ କାର୍ଯ୍ୟ କରୁଛନ୍ତି। ଆଜି ଭାରତର ଜଣେ ମନ୍ତ୍ରୀଙ୍କ ପୁଅ ଜିପ୍ ତଳେ ଚାଷୀଙ୍କୁ ଦାବି ହତ୍ୟା କରିଛନ୍ତି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଚାଷୀଙ୍କ ନିକଟରେ କ୍ଷମା ମାଗୁଛନ୍ତି ଏବଂ ଅନ୍ୟପଟେ ଏପରି ମନ୍ତ୍ରୀଙ୍କୁ କ୍ୟାବିନେଟରେ ରଖିଛନ୍ତି । ” ସେ କହିଛନ୍ତି ଯେ ସେଥିପାଇଁ ସମସ୍ତ ବିରୋଧୀ ଏକାଠି ହୋଇଛନ୍ତି।

ଏହା ପୂର୍ବରୁ ଲକ୍ଷ୍ମୀପୁର ଖେରୀ ମାମଲାରେ ଆଜି ବି ସଂସଦର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।

୍ଅୟକ୍ଟୋବର ୩ରେ ଚାରିଜଣ କୃଷକ ଏବଂ ଜଣେ ସାମ୍ବାଦିକ ଲକ୍ଷ୍ମୀପୁର ଖେରିରେ ଜିପ୍ ମଡାଇ ବିକ୍ଷୋଭରତ ଚାଷୀଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣା ପରେ ଘଟିଥିବା ହିଂସାରେ ତିନି ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ମାମଲାରେ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ପୋଲିସ ଗିରଫ କରିଛି ଏବଂ ଏସଆଇଟି ଘଟଣାର ତଦନ୍ତ କରୁଛି। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଜିଲ୍ଲାରେ ହୋଇଥିବା ହିଂସା ଘଟଣାର ଅନୁସନ୍ଧାନ କରୁଥିବା ଏସଆଇଟି କୋର୍ଟକୁ କହିଛନ୍ତି ଯେ ଏହି ଘଟଣା ଏକ ଯୋଜନାବଦ୍ଧ ଷଡଯନ୍ତ୍ର।

Comments are closed.