ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ତିନି ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୬୯୭ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୧ ହଜାର ୫୬୮ ଜଣ ସଙ୍ଗରୋଧରୁ ଓ ୧ ହଜାର ୧୨୯ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୪୩୫ ଜଣ ୧୮ ବର୍ଷରୁ କମ ବୟସ୍କ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୩, ସୁନ୍ଦରଗଡରୁ ୨୯୧, କଟକରୁ ୧୩୮, ମୟୂରଭଞ୍ଜରୁ ୧୨୮, ଯାଜପୁରରୁ ୧୨୭, ବଲାଙ୍ଗିରରୁ ୯୮, ନୟାଗଡରୁ ୯୬, କଳାହାଣ୍ଡିରୁ ୯୫, ରାୟଗଡାରୁ ୮୫, ସମ୍ବଲପୁରରୁ ୮୫, ନବରଙ୍ଗପୁରରୁ ୭୫, ବାଲେଶ୍ୱରରୁ ୭୩, ଜଗତସିଂହପୁରରୁ ୬୭, ପୁରୀରୁ ୬୩, ଗଜପତିରୁ ୫୯, ନୂଆପଡାରୁ ୫୫, ଅନୁଗୁଳରୁ ୫୫, ବରଗଡରୁ ୫୩, ଭଦ୍ରକରୁ ୪୮, ବୌଦ୍ଧରୁ ୪୮, କେନ୍ଦୁଝରରୁ ୪୪, କୋରାପୁଟରୁ ୪୧, ଢେଙ୍କାନାଳରୁ ୪୦, ଦେବଗଡରୁ ୩୯, ଝାରସୁଗୁଡାରୁ ୬୭, କନ୍ଧମାଳରୁ ୩୪, ସୋନପୁରରୁ ୨୯, ମାଲକାନଗିରିରୁ ୧୮, ଗଞ୍ଜାମରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୧୦୮ଟି ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ବର୍ତ୍ତମାନ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୪୯୩ ରହିଛି ।

Comments are closed.