ହିନ୍ଦୁ ବିରୋଧୀ ଟ୍ୱିଟ୍ ପାଇଁ ବିଶ୍ବକପ କଭର୍ କରିବାକୁ ଆସିଥିବା ପାକ୍ ମହିଳା ଆଙ୍କରଙ୍କୁ ବିଦା କଲା ଭାରତ

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ୱକପ୍ କଭର୍ କରିବାକୁ ଭାରତ ଆସିଥିବା ପାକିସ୍ତାନୀ ମହିଳା ଆଙ୍କର୍ ତଥା କ୍ରୀଡ଼ା ସାମ୍ବାଦିକା ଜୈନାବ୍ ଅବାସଙ୍କୁ ତାଙ୍କର କିଛି ପୁରୁଣା ଟ୍ୱିଟ୍ ପାଇଁ ଭାରତରୁ ବିତାଡ଼ିତ କରାଯାଇଛି। ସୁପ୍ରିମକୋର୍ଟର ଓକିଲ ତଥା ସମାଜସେବୀ ଭିନୀତ୍ ଜିନ୍ଦଲ ତାଙ୍କର ପୁରୁଣା ଭାରତ ବିରୋଧୀ ଟ୍ୱିଟ୍ ନେଇ ଦିଲ୍ଲୀ ପୋଲିସର ସାଇବର ସେଲରେ ଅଭିଯୋଗ କରିଥିଲେ । ଏହା ପରେ ଜୈନାବ ଭାରତ ଛାଡ଼ି ଫେରିଯାଇଥିବା ଜଣାପଡ଼ିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୈନବ ଅବାସ୍ ହିନ୍ଦୁ ଦେବଦେବୀଙ୍କ‌ ଉପରେ କିଛି ଆପତ୍ତି ଜନକ ଟ୍ବିଟ୍ କରିବା ସହ ସୋସିଆଲ ମିଡିଆରେ ଭାରତ ବିରୋଧୀ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ତାଙ୍କ ସେହି ପୁରୁଣା ଟ୍ୱିଟ୍ ଗୁଡ଼ିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତ ବିରୋଧୀ ଟ୍ୱିଟ୍ ନେଇ ଓକିଲ ଭିନୀତ୍ ଜିନ୍ଦଲ ସାଇବର ସେଲରେ ଅଭିଯୋଗ କରିଥିଲେ । ଏହାପରେ ଜୈନାବ୍ ତୁରନ୍ତ ଭାରତ ଛାଡ଼ିଥିଲେ । ସେ ଭାରତରୁ ଦୁବାଇ ଯାଇଥିବା କୁହାଯାଉଛି ।

Comments are closed.