ସ୍ପାଇସଜେଟ୍ ବିମାନରେ କ୍ୟାବିନ କ୍ରୁ ମହିଳା ଷ୍ଟାଫଙ୍କ ସହ ଅସଦାଚରଣ ଅଭିଯୋଗରେ ଯାତ୍ରୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଏକ ସ୍ପାଇସଜେଟ୍ ବିମାନରେ କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ ଅଭିଯୋଗରେ ପୋଲିସ ଜଣେ ଯାତ୍ରୀଙ୍କୁ ଗିରଫ କରିଛି ।

ଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ସ୍ପାଇସଜେଟ୍ ଫ୍ଲାଇଟ୍ -୮୧୩୩ ଉଡ଼ାଣ ଭରିବା ବେଳେ କ୍ୟାବିନ କ୍ରୁ’ର ଜଣେ ମହିଳା ସଦସ୍ୟଙ୍କ ସହ ଜଣେ ଯାତ୍ରୀ ଅସଦାଚରଣ କରିଥିଲେ । ଏନେଇ ସୋମବାର ଅପରାହ୍ନ ୪.୩୯ରେ ଏକ ପିସିଆର୍ କଲ୍ କରାଯାଇଥିଲା।

ପୋଲିସ କହିଛି ଯେ ଏହି ଘଟଣା ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ ସ୍ପାଇସଜେଟ ସୁରକ୍ଷା ଏବଂ ପିସିଆର୍ କର୍ମଚାରୀ ତାଙ୍କୁ ପୋଲିସ ଥାନାକୁ ନେଇଥିଲେ।

ଅଭିଯୁକ୍ତ ଯାତ୍ରୀଙ୍କ ବିରୋଧରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପୋଲିସ ଥାନାରେ ଆଇପିସି ଧାରା ୩୫୪-ଏ (ଯୌନ ଉତ୍ପୀଡ଼ନ) ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି।

Comments are closed.