ଚୀନ୍‌ରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିଲେ ୧୩୩ ଯାତ୍ରୀ

ବେଜିଂ: ଚାଇନା ଇଷ୍ଟର୍ଣ୍ଣର ଏକ ଯାତ୍ରୀବାହୀ ବିମାନ ଦକ୍ଷିଣ-ପଶ୍ଚିମ ଚୀନରେ ଦୁର୍ଘଟଣାଗ୍ରସ୍ତ ହୋଇଛି | ବିମାନରେ ୧୩୩ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାର କାରଣ ଏବଂ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ଜଣା ପଡିନାହିଁ।

ଚାଇନାର ସରକାରୀ ଟିଭି ଚ୍ୟାନେଲ ସିସିଟିଭି ରିପୋର୍ଟ ଅନୁଯାୟୀ, ଗୁଆଙ୍ଗସି ଅଞ୍ଚଳର ୱୁଜୋ ସହର ନିକଟ ଗ୍ରାମାଞ୍ଚଳରେ ଫ୍ଲାଇଟ୍ ଏମୟୁ୫୭୩୫ ବୋଇଙ୍ଗ ୭୩୭ ବିମାନ ପାହାଡ଼ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ବିମାନରେ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି। ବିମାନଟି କୁନିମିଙ୍ଗରୁ ଗୁଆନଜୋ ଅଭିମୁଖେ ଯାଉଥିଲା।

Comments are closed.