ସଫଳ ହେଉଛି ପ୍ଲାଜମା ଥେରାପି , ରାଜ୍ୟରେ ପ୍ଲାଜମା ନେଇଥିବା ୧୦୪ ରୋଗୀ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଗୁରୁତର କୋରୋନା ରୋଗୀଙ୍କ କ୍ଷେତ୍ରରେ ସଫଳ ହେଉଛି ପ୍ଲାଜମା ଥେରାପି । ଆଜି ସୁସ୍ଥ ହୋଇଥିବା ୨ ହଜାର ୫୧୯ ରୋଗୀଙ୍କ ମଧରୁ ୧୦୪ ଜଣ ପ୍ଲାଜମା ଥେରାପି ଦ୍ୱାରା ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

କୋରୋନା ଯୁଦ୍ଧରେ ଏହା ଏକ ବିରଳ ସଫଳତା ବୋଲି ବିଭାଗ ଟ୍ୱିଟ୍ କରିଛି । ଏଥିପାଇଁ ପ୍ଲାଜମା ଥେରାପି ଟିମକୁ ଅଭିନନ୍ଦନ ଜଣାଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପ୍ଲାଜମା ଡୋନରଙ୍କୁ ବିଭାଗ କୃତଜ୍ଞତା ଜଣାଇଛି ବିଭାଗ । ରାଜ୍ୟର ୬ଟି ହସପିଟାଲରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି ।

Comments are closed.